ଲଗାତର ଦ୍ୱିତୀୟ ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୦ରୁ ଅଧିକ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪୫୦ରୁ ଅଧିକ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୪୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୬୭ ଓ ସ୍ଥାନୀୟ ଅଂଚଳରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭, ସୁନ୍ଦରଗଡ ଜିଲ୍ଲାରୁ ୭୫, ନୂଆପଡାରୁ ୭୧, କଟକରୁ ୨୬, କଳାହାଣ୍ଡିରୁ ୨୯, ବରଗଡରୁ ୧୯, ବଲାଙ୍ଗୀରରୁ ୧୫, ଝାରସୁଗୁଡାରୁ ୧୭, ଅନୁଗୁଳରୁ ୧୨, ଗଞ୍ଜାମ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁ ଦିନ ପରେ ଗଞ୍ଜାମ ଜିଲ୍ଲାରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି ।

ରାଜ୍ୟରେ ଏଯାଏଁ ମୋଟ ୩ ଲକ୍ଷ ୪୨ ହଜାର ୨୨୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩ ଲକ୍ଷ ୩୭ ହଜାର ୪୩୦ ଜଣ ସୁ୍‌ସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ୨ ହଜାର ୮୨୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.