ପୁଣି ରେକର୍ଡ ସଂକ୍ରମଣ, ଦିନକରେ ୮୯ ହଜାରରୁ ଉର୍ଦ୍ଧ୍ବ ମାମଲା, ୭୧୪ ମୃତ

ନୂଆଦିଲ୍ଲୀ – ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ରେକର୍ଡ ହୋଇଛି ଏବଂ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮୯,୧୨୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୭୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେପ୍ଟେମ୍ବର ପରେ ଏହା ଦୈନିକ ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୪୪,୨୦୨ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁସାରେ ଗତ ବର୍ଷ ଠାରୁ ଦେଶରେ ମୋଟ ୧ କୋଟି ୨୩ ଲକ୍ଷ ୯୨ ହଜାର ୨୬୦ ରୋଗୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ରୋଗୀଙ୍କ ମଧ୍ୟରୁ ୧ କୋଟି ୧୫ ଲକ୍ଷ ୬୯ ହଜାର ୨୪୧ ଏହି ରୋଗରୁ ମୁକୁଳିବାରେ ସଫଳ ହୋଇଥିବାବେଳେ ୧ ଲକ୍ଷ ୬୪ ହଜାର ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷ ୫୮ ହଜାର ୯୦୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୭ କୋଟି ୩୦ ଲକ୍ଷ ୫୪ ହଜାର ୨୯୫ କରୋନା ଟିକା ଡୋଜ୍ ଦିଆଯାଇଛି।

Comments are closed.