କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କଟକ ସହରରେ ଏପ୍ରିଲ ୬ରୁ ଲାଗୁ ହେବ ନୂଆ କୋଭିଡ କଟକଣା

କଟକ – କୋରୋନା ସଂକ୍ରମଣ ବଢୁଥିବା ବେଳେ କଟକ ମହାନଗର ନିଗମ ଏହାର ନିୟନ୍ତ୍ରଣ ନେଇ ତତ୍ପର ହୋଇ ଉଠିଛି । ଏହିମାସ ୬ ତାରିଖରୁ କଟକରେ ଲାଗୁ ହେବା ନୂଆ କୋଭିଡ କଟକଣା ।

କୋରୋନା ସଂକ୍ରମଣ ଦୃଷ୍ଟିରୁ କଟକ ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍ । କାର୍ଯ୍ୟକ୍ରମ, ସମାବେଶ, ସମ୍ମିଳନୀ ଓ କନକ୍ଲେଭକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।

କୌଣସି ପ୍ରକାର ଆନୁଷ୍ଠାନିକ ଉତ୍ସବ, ସମାରୋହ ଓ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । କୌଣସି ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ହୋଇପାରିବ ନାହିଁ । ବିବାହ ଉତ୍ସବରେ କେବଳ ୧୦୦ ଲୋକଙ୍କ ଉପସ୍ଥିତିକୁ ହିଁ ଅନୁମତି ମିଳିବ । ସର୍ବାଧିକ ୫୦ ଜଣଙ୍କୁ ନେଇ ଶୁଦ୍ଧି କ୍ରିୟା ହେବ ।

Comments are closed.