କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର – କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆଜିଠାରୁ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ । ରାତି ୧୦ଟାରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ।

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ । ପରବର୍ତ୍ତୀ ନିର୍ଦ୍ଦେସ ଯାଏଁ ଏହା ବଳବତ୍ତର ରହିବ । ଅତ୍ୟାବଶ୍ୟକ ସେବାକୁ ରାତ୍ରିକାଳୀନ କର୍ଫ୍ୟୁରୁ ବାଦ୍ ଦିଆଯାଇଛି ।

Comments are closed.