କୋରୋନା ନିୟନ୍ତ୍ରଣ ପଦକ୍ଷେପ : ବାହାର ରାଜ୍ୟର ଲୋକଙ୍କୁ ଦେବାକୁ ହେବ କୋଭିଡ ନେଗେଟିଭ ରିପୋର୍ଟ, ୧୬ ଜିଲ୍ଲାରେ ସ୍ଥାପନ ହେବ ଟିଏମସି

ଭୁବନେଶ୍ୱର-କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ଏକାଧିକ ସତର୍କତାମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାରେ ପଜିଟିଭ ମାମଲା ବୃଦ୍ଧି ଦୃଷ୍ଟିରୁ ଏପ୍ରିଲ ୩୦ ତାରିଖ ଯାଏ ଓଡିଶା-ଛତିଶଗଡ ମଧ୍ୟରେ ଯାତ୍ରୀ ପରିବହନ ସେବା ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଛତିଶଗଡରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ସୀମାବର୍ତ୍ତୀ ଜିଲ୍ଲା ପ୍ରଶାସନକୁ ଏହା କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ରାଜ୍ୟରେ ୧୬ଟି ଜିଲ୍ଲାରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ବସ, ଟ୍ରେନ ଓ ବିମାନ ଯୋଗେ ଆସୁଥିବା ଲୋକଙ୍କ ପାଇଁ କିଛି କଟକଣା ଜାରି କରାଯାଇଛି । ବାହାର ରାଜ୍ୟରେ ଲୋକଙ୍କୁ କୋଭିଡ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେବାକୁ ପଡିବ । ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ ନେଇଥିବା ଲୋକଙ୍କୁ ରିପୋର୍ଟ ଦେବାକୁ ପଡିବ । ଏହା ନ ହେଲେ ୭ ଦିନ ଲାଗି ବାଧ୍ୟତାମୂଳକ କ୍ୱାରେଂଟାଇନରେ ରହିବାକୁ ପଡିବ ।

Comments are closed.