ରାଜ୍ୟରେ ୧ ହଜାର ୭୪୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ୨୬୮, ଖୋର୍ଦ୍ଧାରୁ ୨୦୪ ଓ ବାଲେଶ୍ୱରରୁ ୧୫୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୭୪୧ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୧୫ ଓ ସ୍ଥାନୀୟ ଅଂଚଳରୁ ୭୨୬ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦୪, ବାଲେଶ୍ୱର ଜିଲ୍ଲାରୁ ୧୫୮, ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪, ନୂଆପଡାରୁ ୯୬, ବରଗଡରୁ ୯୭, ବଲାଙ୍ଗୀରରୁ ୯୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୮୦, କଟକରୁ ୫୮, ପୁରୀରୁ ୫୪, କେନ୍ଦୁଝରରୁ ୫୩, ଝାରସୁଗୁଡାରୁ ୪୩, ଅନୁଗୁଳରୁ ୪୩, ମୟୂରଭଂଜରୁ ୩୯, ଯାଜପୁରରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୯ ଓ ଗଜପତିରୁ ୧୪ ଚିହ୍ନଟ ହୋଇଛନ୍ତି ।

Comments are closed.