ବରିଷ୍ଠ ପ୍ରାଶାସନିକ ଅଧିକାରୀ ମନୋଜ କୁମାର ମିଶ୍ରଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ବରିଷ୍ଠ ପ୍ରାଶାସନିକ ଅଧିକାରୀ ମନୋଜ କୁମାର ମିଶ୍ରଙ୍କୁ ଓଡିଶା ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସତିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ମନୋଜ କୁମାର ମିଶ୍ର ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗର କାର୍ଯ୍ୟନିର୍ବାହୀ ସଚିବ ସହ ବାଣିଜ୍ୟ ଓ ପରିବହନ ବିଭାଗର ସିଆରସି କମ୍ ସ୍ପେଶାଲ ସେକ୍ରେଟାରୀ ଅଛନ୍ତି ।

୧୯୯୯ ବ୍ୟାଚ୍ ଆଇଆରଟିଏସ ଅଫିସର ହେଉଛନ୍ତି ମନୋଜ କୁମାର ମିଶ୍ର । ଓଡିଶା ସରକାରଙ୍କ ଅଧୀନରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି । ରାଜ୍ୟରେ ସୂଚନା ପ୍ରଯୁକ୍ତି ଜ୍ଞାନ କୌଶଳର ପ୍ରସାରରେ ତାଙ୍କର ବେଶ୍ ଅବଦାନ ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୫-ଟି ଅନ୍ତର୍ଗତ ଇ-ଗଭର୍ଣ୍ଣାନସ କା ର୍ଯ୍ୟକାରୀ କରିବା ପାଇଁ ସେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଡିଜିଟାଲ କ୍ଷେତ୍ରରେ ଦକ୍ଷ ନେତୃତ୍ୱ ଲାଗି ମନୋଜଙ୍କୁ ସମ୍ମାନଜନକ ଏଲିଟ୍‌ସ ଆୱାର୍ଡ ଅଫ୍ ଡିଜିଟାଲ୍ ଏକ୍ସିଲେନ୍ସ ମିଳିଛି ।

Comments are closed.