ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ରାଜ୍ୟବ୍ୟାପୀ କୋରୋନା ସଚେତନତା ଅଭିଯାନ, ଦଳର ରାଜ୍ୟ କାର୍ଯ୍ୟାଳୟରୁ ଶୁଭାରମ୍ଭ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ କୋରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଗାନ୍ଧି ଜୟନ୍ତୀରେ ବାପୁଙ୍କୁ ଶ୍ରଦ୍ଧାଜଂଳି ଦିଆଯାଇ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ଦଳୀୟ ସାଂସଦ, ବିଧାୟକ ଓ ସାଧାରଣ କର୍ମୀ ସାମିଲ ହୋଇଛନ୍ତି ।

ବିଜେଡିର ଭୁବନେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇ କୋରୋନା ବିରୋଧରେ ଜନ ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା ।

ନେତା ଓ କର୍ମୀମାନେ ମାସ୍କ ବଂଟନ ଓ ସାମାଜିକ ଦୂରତା ରକ୍ଷା କରିବା ବାବଦରେ ଲୋକଙ୍କୁ ସଚେତତନ କରିବା ପାଇଁ ଶପଥ ନେଇଥିଲେ ।  ପ୍ରତି ୱାର୍ଡ ଓ ପ୍ରତି ପଂଚାୟତରେ ଏହି ଅଭିଯାନ ତ୍ୱରାନ୍ୱିତ କରିବାପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ ।

ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.