କଟକରେ ଆୟକର ବିଭାଗର ଅଭିଯୋଗ ଟ୍ରିବ୍ୟୁନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କଟକ- କଟକରେ ଆୟକର ବିଭାଗର ଅଭିଯୋଗ ଟ୍ରିବ୍ୟୁନାଲ ଉଦଘାଟିତ ହୋଇଛି । ଭିଡିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟକର ମାମଲାର ତ୍ୱରିତ ସମାଧାନ ଦିଗରେ କଟକ ଟ୍ରିବୁନାଲ ସହାୟକ ହେବ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମୋଦି ।

ସେ କହିଛନ୍ତି ଯେ, ଦେଶ ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତା ଆଡକୁ ଗତିକରୁଛି । ଦେଶର ବିକାଶମୂଳକ କାର୍ଯ୍ୟ ପାଇଁ ଟିକସରୁ ହିଁ ଅର୍ଥ ମିଳିଥାଏ । କିନ୍ତୁ କର ଆଦାୟ ଯୋଗୁଁ କାହାକୁ ବି ଅସୁବିଧା ହେବା ଅନୁଚିତ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କଟକ ଟ୍ରିବ୍ୟୁନାଲ ଭାରତର ତୃତୀୟ ଓ ପୂର୍ବ ଭାରତର ପ୍ରଥମ । ବିଜୁବାବୁଙ୍କ ସମୟରେ ୧୯୭୦ରେ ପ୍ରଥମ ଟ୍ରିବ୍ୟୁନାଲ ଉଦଘାଟିତ ହୋଇଥିଲା । କଟକ ଟ୍ରିବ୍ୟୁନାଲ ଦ୍ୱାରା ରାଂଚି,ପାଟନା ଓ ଗୁଆହାଟୀ ବେଂଚ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.