ମାର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ, ୫୦ ପ୍ରତିଶତ ଦର୍ଶକ ସହ ଯାତ୍ରାକୁ ମିଳିଲା ଅନୁମତି

ଭୁବନେଶ୍ୱର- ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି କୋରୋନା ଗାଇଡଲାଇନ । ଗତବର୍ଷଠାରୁ ବନ୍ଦ ଥିବା ପ୍ରାଥମିକ ସ୍କୁଲଗୁଡିକ ଖୋଲିବା ସଂପର୍କିତ ନିଷ୍ପତ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଛାଡି ଦିଆଯାଇଛି । ଯାତ୍ରା ଆୟୋଜନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ହୋଇପାରିବ । ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ଯାତ୍ରା ହୋଇପାରିବ । କୋରୋନା ବିରୋଧରେ ଜନ ସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି ।

ବାହାଘର ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫ ଶହ ଜଣ ସାମିଲ ଅନୁମତି । ଆବଶ୍ୟକ ପଡିଲେ କୌଣସି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରାଯାଇପାରିବ ।

Comments are closed.