ଦାରିଂବାଡ଼ି ଏବେ ଫିଲ୍ମମେକରଙ୍କ ନୂଆ ଡେଷ୍ଟିନେସନ୍

ଫୁଲବାଣୀ: ଓଡ଼ିଶାର କାଶ୍ମୀର ଦାରିଂବାଡ଼ି ଏବେ ଓଲିଉଡ ସେଟ୍ ପାଇଁ ନୂଆ ଡେଷ୍ଟିନେଶନ । ଓଡ଼ିଆ ସିନେମା ବୀଗୁଲ୍ ର ସୁଟିଂ ଏବେ ପୁରା ଦମରେ ଚାଲିଛି କନ୍ଧମାଳର ଦାରିଂବାଡ଼ିରେ। ଦାରିଂବାଡ଼ି ନିକଟସ୍ଥ କଫି ଗାର୍ଡେନ, ପାଇନ ଜଙ୍ଗଲ, ଆଖ ପାଖ ଗାଁରେ ଚାଲିଛି ସୁଟିଂ।

ସ୍ଥାନୀୟ ଲୋକେ ମଧ୍ୟ ନିଜ ଅଞ୍ଚଳରେ ସୁଟିଂ ଚାଲିଥିବାରୁ ଖୁସି। ସୁଟିଂ ଦେଖିବାକୁ ଭିଡ଼ ଜମୁଛି। ସମ୍ପୂର୍ଣ ଓଡିଆ ଗାଁ ଓ କନ୍ସେସେପ୍ଟ କୁ ନେଇ ଏହି ନିଆରା ଫିଲ୍ମ ବୀଗୁଲ ବୋଲି କହିଛନ୍ତି ନିର୍ଦ୍ଦେଶକ ଅଜୟ ପାଢ଼ୀ। ଦର୍ଶକ ନୂଆ ଅନୁଭବ ପାଇବେ ଏବଂ ଆମ ସଂସ୍କୃତିର ଝଲକ ପାଇବେ ବୋଲି ସେ କହିଛନ୍ତି। ଏପରି ସୁନ୍ଦର ସ୍ପଟ୍ କୁ ଓଡ଼ିଶା କାହିଁକି ଓଡ଼ିଶା ବାହାରରୁ ଫିଲ୍ମ ମେକର ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

ଫିଲ୍ମରେ ଅନେକ ଲିଡ୍ ରୋଲରେ ଅଛନ୍ତି କିଛି ଜଣାଶୁଣା ମୁହଁ। ସ୍ଥାନୀୟ ପ୍ରଶାସନ,ଜିଲ୍ଲାପାଳ,ବିଡ଼ିଓ,ପୁଲିସ ଓ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ପ୍ରସଂଶା କରିଛନ୍ତି ନିର୍ଦ୍ଦେଶକ ଓ ତାଙ୍କ ପୁରା ଟିମ୍ ।

Comments are closed.