ବିଶ୍ୱବିଦ୍ୟାଳୟ ଆଇନ୍ ସଂଶୋଧନ ନେଇ ଓପିଏସସିକୁ ବିଧିବଦ୍ଧ ଭାବେ ଜଣାଇଲା ଉଚ୍ଚଶିକ୍ଷା ବିଭାଗ, ଏଣିକି ଓପିଏସସି କରିବ ଶିକ୍ଷକ ଚୟନ

ଭୁବନେଶ୍ୱର – ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ହୋଇଥିବା ଓଡିଶା ଲୋକସେବା ଆୟୋଗ-ଓପିଏସସିକୁ ବିଧିବଦ୍ଧ ଭାବେ ଚିଠି ଲେଖି ଅବଗତ କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏ ବାବଦରେ ଓପିଏସସିକୁ ଚିଠି ଲେଖିଛନ୍ତି । ଗତସପ୍ତାହରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଥିଲା ।

ବିଶ୍ୱବିଦ୍ୟାଳୟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତନ ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ଏଣିକି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା କରାଯିବ ନାହିଁ । ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ୍ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ପ୍ରଫେସର ନିଯୁକ୍ତି ଓପିଏସସି ଜରିଆରେ କରାଯିବ ।

ବିଭାଗ ପକ୍ଷରୁ ୧୨ ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କର ତାଲିକା ଓପିଏସସିକୁ ପ୍ରଦାନ କରାଯାଇଛି । କ୍ୟାରିଅର ଆଡଭାନ୍ସମେଂଟ୍ ସ୍କିମ୍ –ସିଏଏସ୍ ଜରିଆରେ ପଦୋନ୍ନତି ଏକ ସିଧାସଳଖ ନିଯୁକ୍ତି ନୁହେଁ । ବିଶ୍ୱବିଦ୍ୟାଳୟରେ ପୂର୍ବରୁ ନିଯୁକ୍ତି ପାଇ କାର୍ଯ୍ୟରତ ପ୍ର୍ରଫେସରଙ୍କ କାର୍ଯ୍ୟଦକ୍ଷତା ଅନୁସାରେ ପଦୋନ୍ନତି ସିଏଏସ ଜରିଆର କରିପାରିବେ । ୟୁଜିସି ନିୟମ ଅନୁସାରେ ଏହା କରାଯିବ ।

Comments are closed.