କୋଭିଡ ସଂକଟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଜାତୀୟସ୍ତରରେ ଗାଇଡଲାଇନ ପାଇଁ ଅନୁରୋଧ

ଭୁବନେଶ୍ୱର- କୋଭିଡ ସଂକଟ ଯୋଗୁଁ ରାଜ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବିଳମ୍ବିତ ହୋଇପାରେ । ରାଜ୍ୟ ସରକାର ପରୀକ୍ଷା ବିଳମ୍ବରେ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । କିନ୍ତୁ କୋଭିଡ ଯୋଗୁଁ ଉଭୟ ପାଠପଢା ଓ ପରୀକ୍ଷା ସଂପର୍କିତ ସମସ୍ୟା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କୋଭିଡ ସ୍ଥିତିରେ ପାଠପଢା ଓ ପରୀକ୍ଷା ନେଇ ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସ୍ପଷ୍ଟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.