ଗଂଜାମ ଜିଲ୍ଲାରେ କୋଭିଡ ମୁକାବିଲା କୌଶଳ ଉପରେ ସରଂପଚମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଥିବା ବେଳେ ପ୍ରଶାସନ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି । ଗାଁ ଗହଳିରେ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ ।

କୋଭିଡ ସ୍ଥିତି ଏହାର ମୁକାବିଲା କୌଶଳ ସଂପର୍କରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସରପଂଚମାନଙ୍କ ସହ ଭର୍ଚୁଆଲ ଆଲୋଚନା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମୀନେ କୋଭିଡ ନିୟନ୍ତ୍ରଣ ନେଇ ସରଂପଚମାନଙ୍କ ସହ ବିଚାରବିମର୍ଷ କରିଛନ୍ତି ।

ରାଜ୍ୟ ବାହାରୁ ଜିଲ୍ଲାକୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ସହ ୭ ଦିନିଆ କ୍ୱାରେଂଟାଇନ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କର ଟେଷ୍ଟିଂ କରାଯିବ । ଧାର୍ମିକ ପୀଠଗୁଡିତୁ ବିଶୋଧନ କରାଯିବା ସହ ପାର୍କ ସଫା ଓ ବିଶୋଧନ ଉପରେ ଜୋର୍ ଦିଆଯାଇଛି ।

Comments are closed.