ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କମିବ କୋରୋନା ପଜିଟିଭ ମାମଲା : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବ । ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶାରେ ସୁସ୍ଥତା ହାର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ରହିଛି । ଏ ଯାଏଁ ରାଜ୍ୟରେ ୧୧୪ ଜଣ କୋରୋନା ରୋଗୀ ପ୍ଲାଜମା ଥେରାପି ଦ୍ୱାରା ସୁସ୍ଥ ହୋଇଥିବା ସେ ସୂଚନା ଦେଇଛନ୍ତି । ଲୋକୋ କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ସହ ମାସ୍କ ପିନ୍ଧିବା ଉପରେ ଜୋର୍ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

Comments are closed.