ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୮୩ ହଜାର ୮୮୩ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ଏ ଯାବତ ସର୍ବାଧିକ ସଂକ୍ରମଣ । ୨୪ ଘଂଟାରେ ସର୍ବକାଳିନ ରେକର୍ଡ ସଂଖ୍ୟକ ୮୩ ହଜାର ୮୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ପ୍ର୍ରାଣ ହରାଇଛନ୍ତି ହଜାରେ ୪୩ ଜଣ । ଦେଶରେ ମୋଟ ପଜିଟିଭ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୭କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୧୫ ହଜାର ୫୩୮ । ଦେଶରେ ଏ ଯାଏଁ ସୁସ୍ଥ ହୋଇଛନ୍ତି ୨୯ ଲକ୍ଷ ୭୦ ହଜାର ୪୯୩ ଜଣ ।

ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୭୬କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ଏ ଯାଏଁ ୮ ଲକ୍ଷ ୨୫ ହଜାର ୭୩୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୫ ହଜାର ୧୯୫ ଜଣ ପ୍ରାଣ ହରାଇଛନ୍ତି । ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରୁ ୪ ଲକ୍ଷରୁ ଅଧିକ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେହି ଦୁଇ ରାଜ୍ୟରେ ଯଥାକ୍ରମେ ୪ ହଜାର ୧୨୫ ଏବଂ ୭ ହଜାର ୫୧୬ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.