ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶନାମା

ଭୁବନେଶ୍ୱର-କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସବୁ ସରକାରୀ, ଘରୋଇ ହସ୍ପିଟାଲ ପାଇଁ ନିର୍ଦ୍ଦେଶନାମା ଜାରି କରିଛି । ହସ୍ପିଟାଲକୁ ଆସୁଥିବା ସବୁ ରୋଗୀଙ୍କ ସ୍କ୍ରିନିଂ କରାଯିବ । ସ୍ବତନ୍ତ୍ର ଜ୍ବର କ୍ଲିନିକ୍ ଓ ଆଇସୋଲେସନ ଜୋନ ରଖିବାକୁ କୁହାଯାଇଛି । ହଟସ୍ପଟ ଅଞ୍ଚଳରୁ ଆସୁଥିବା ଲୋକ ଓ କୋରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରହିବ ‌। ସବୁ ହସ୍ପିଟାଲ ହ୍ୟାଣ୍ଡୱସ ବ୍ୟବସ୍ଥା କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦେବେ ।

Comments are closed.