ସୁନ୍ଦରଗଡ ଏନଟିପିସି କୋଭିଡ ହସପିଟାଲେଁ ଜିଲ୍ଲାପାଳକଁର୍ ସମୀକ୍ଷା

ଖୁଲବା ୧୦ଟା ଆଇସିୟୁ ବେଡ୍

୨ ଶହ ବେଡ୍ ର ଟିଏମସି ବି ଖୁଲବା

ସୁନ୍ଦରଗଡ: ଦିନକୁ ଦିନ୍ ସୁନ୍ଦରଗଡେଁ
କରୋନା ବେମାରୀ ମାନକର୍ ସଂଖ୍ୟା ଗୁରଦୁଟେ ବଢିଗଲାନ । ଇଟାକେ ଦେଖିକରି ଶୁକୁରବାର୍ ଦିନେ ଜିଲ୍ଲାପାଲ ନିଖିଲ ପବନ କଲ୍ୟାଣ ଏନଟିପିସିର କୋଭିଡ୍ ହସପିଟାଲେଁ ସମୀଖ୍ୟା କରିଛନ୍ । ଟେଷ୍ଟିଂ, ଟିକା ଆର୍ ଚିକିତ୍ସା କେ ଅଏତକା ବଢାବାର୍ ଲାଗିଁ ଜିଲାପାଲ୍ ଜୋର୍ ଦେଇଛନ୍ । ତାର୍ ଉତାରୁଁ ଅଗ୍ନି ନିରାପତା ଆର୍ ସଫେଇ କେ ଭିଲ୍ ଧିଆନ୍ ଦେବାର୍ କେ ନିର୍ଦେଶ ଦେଇଛନ୍ ।

ଏନଟିପିସି ହସପିଟାଲେଁ ଇହାଦେ ୪୦୦ ବେଡ୍ ଅଛେ । ଇଥିଁ ୧୮୦ ରୋଗୀ ଭର୍ତି ହେଇଛନ୍ । ଇଥିଁ ପହେଲା କରି ୧୦ଟା ଆଇସିୟୁ ବେଡ୍ ଭେଣ୍ଟିଲେଟର୍ ସାଂଗେ ଖୁଲବା ବଲିଁ ଜିଲାପାଲ ସାହେବ କହିଛନ୍ । ସେନତା ମାଦ୍ରିକାଲୋ ଭବନ ଆର୍ ହସପିଟାଲ କ୍ୟାମ୍ପସ୍ ନେ ଦୁଇଠାନେ ୪ ଶହ ବେଡ୍ ର ୨ଟା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମସି) ଖୁଲବାର୍ କେ ନିର୍ଦେଶ ଦେଇଛନ ।

ହସପିଟାଲ ନେ ଜୁଏ ଜୁଆ ଲାଗଲେଁ ଯେନତା ଜଲଦି ମୁକାବିଲା କରାଯାଇପାବାର୍ ସେ ଦିଗେଁ ମକ୍ ଡ୍ରିଲ୍ କରାହେବା । ଜିଲାପାଲକଁର୍ ଇ ଗସ୍ତ ବେଲକେ ଏସପି ସାଗରିକା ନାଥ, ସିଡିଏମଓ ସରୋଜ ମିଶ୍ର ଆର୍ ଏନଟିପିସି ହସପିଟାଲର ଅଫିସରମାନେ ଭିଲ୍ ଥିଲେ ।

Comments are closed.