ରାଜ୍ୟରେ ୬ ହଜାର ୬୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୯୮, ୨୪ ଘଂଟାରେ ୮ ମୃତ

ଭୁବନେଶ୍ୱର – ରାଜ୍ୟରେ ଆଉ ୬ ହଜାର ୬୪୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୯୮, ସୁନ୍ଦରଗଡରୁ ୭୮୮, ନୂଆପଡାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡାରୁ ୩୪୩, କଟକରୁ ୩୩୬ ଆକ୍ରାନ୍ତ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪, କେନ୍ଦ୍‌ୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୁଳରୁ ୧୪୧, ଯାଜପୁରରୁ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଂଗରୋଧରୁ ୩ ହଜାର ୮୫୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୨ ହଜାର ୭୯୨ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୪ ଲକ୍ଷ ୧ହଜାର ୩୪୧କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୫୬ ହଜାର ୩ ଜଣ ସୁସ୍ଥ ହୋଇଛନ୍ତି । ୪୩ ହଜାର ୩୦୪ ଜଣ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋରୋନାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୯୮୧କୁ ବୃଦ୍ଧି ପାଇଛି ।

Comments are closed.