ନର୍ଥ ଆନ୍ଧ୍ର ପ୍ରଦେଶ ଛୁଇଁଲା ଗଭୀର ଅବପାତ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଦୃୃଷ୍ଟିରୁ ୪ଟି ବ୍ଲକର ୫ ଶହ ଲୋକ ସ୍ଥାନାନ୍ତରିତ

ଭୁବନେଶ୍ୱର- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଗଭୀର ଅବପାତର ରୂପ ନେଇଥିବା ଲଘୁଚାପ ଉତର ଆନ୍ଧ୍ର ପ୍ରଦେଶର କାକିନାଡା ନିକଟ ଉପକୂଳ ଛୁଇଁଛି । ସକାଳ ୬ଟା ୩୦ ମିନିଟରୁ ୭ଟା ୩୦ ମିନିଟ ମଧ୍ୟରେ ଉତର ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ଗଭୀର ଅବପାତ ।

ଗଭୀର ଅବପାତର ପ୍ରଭାବରେ ସୀମାନ୍ତବର୍ତୀ ଗଜପତିରେ ପ୍ରବଳ ବର୍ଷା ଦୃଷ୍ଟିରୁ ପଦକ୍ଷେପ ନେଇଛି ପ୍ରଶାସନ । ଜିଲ୍ଲାର ୪ଟି ବ୍ଲକ- ଉଦୟଗିରି, ରାୟଗଡ, ଗୁମ୍ମା ଓ କାଶୀନଗରରୁ ୫ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଗଭୀର ଅବପାତର ପ୍ରଭାବରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

Comments are closed.