ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ଦିନକରେ ୨ ହଜାର ୧୯୬ ନୂଆ ମାମଲା, ଖୋର୍ଧା ଜିଲ୍ଲାରୁ ୨୫୯

ଭୁବନେଶ୍ୱର- ରାଜ୍ୟରେ ଦ୍ରୁତ ଭାବେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୧୯୬ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୧ ହଜାର ୨୭୪ ଓ ସ୍ଥାନୀୟ ଅଂଚଳରୁ ୯୨୨ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଖୋର୍ଧା ଜିଲ୍ଲାରେ ଗତ ୨୪ ଘଂଟାରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ବହୁ ଦିନ ପରେ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହ ତଳକୁ ଖସିଛି । ଜିଲ୍ଲାରୁ ୨୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୭୫ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୪୦, ମୟୂରଭଂଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪, କଳାହାଣ୍ଡିରୁ ୯୪, ବରଗଡରୁ ୮୦, ବଲାଙ୍ଗିରରୁ ୭୧, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୮୨, ପୁରୀରୁ ୭୭, ସୋନପୁରରୁ ୭୦,ଝାରସୁଗୁଡାରୁ ୭୧, କେନ୍ଦୁଝରରୁ ୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ରାଜ୍ୟରେ ୨୩ ହଜାର ୭୮୬ ସକ୍ରିୟ ରୋଗୀ ଅଛନ୍ତି । ରାଜ୍ୟରେ କୋରୋନା ଯୋଗୁଁ ଆଉ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.