‘ମୋ ବିଚ୍ ଯୋଗ’ : କୋଭିଡ-୧୯ ଓ ପରିବେଶ ସଚେତନତା ପାଇଁ ଏକ ଅଭିନବ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ପୁରୀ- ମୋ ବିଚ୍ ଅଭିଯାନର ସଫଳତା ଓ ପୁରୀ ଗୋଲଡେନ୍ ବିଚକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଲା ପରେ ପୁରୀରେ ଏବେ ଅଭିନବ ଉପାୟରେ କୋଭିଡ -୧୯ ନିୟମ ପାଳନ ପୂର୍ବକ ଜନସ୍ୱାସ୍ଥ୍ୟ ଓ ପରିବେଶ ଶିକ୍ଷାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଦ୍ୱିତୀୟ ବେଳାଭୂମି ଭିତିକ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ- ‘ମୋ ବିଚ୍ ଯୋଗ’ର ପରିକଳ୍ପନା କରାଯାଇଛି । ମୋ ବିଚ୍ ଯୋଗ ହେଉଛି ଏକ ଅଭିନବ ଅଭିଯାନ, ଯାହା ଦ୍ୱାରା କି ବେଳାଭୂମି ପର୍ଯ୍ୟଟନ ଜରିଆରେ ପ୍ରାକୃତିକ ଭାବେ ସୁସ୍ଥ ଜୀବନଶୌଳୀର ପ୍ରଚାର ଓ ପ୍ରସାର ହୋଇପାରିବ ।

କୋଭିଡ-୧୯ ଓ ପରିବେଶ ସଚେତତନା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

‘ମୋ ବିଚ୍ ଯୋଗ’ ହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଆୟୁଷ ନିର୍ଦ୍ଦେଶାଳୟ ଏକ ପାଇଲଟ୍ ପ୍ରକଳ୍ପ , ଯାହା କି ପୁରୀ ଜିଲ୍ଲା ପ୍ରଶାସନର ବେଳାଭୂମି ପରିଚାଳନାର ସହଯୋଗରେ ଆୟୋଜନ କରାଯାଉଛି । ପୁରୀ ବେଳାଭୂମିରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । କୋଭିଡରୁ ସୁସ୍ଥ ହୋଇଥିବା ୨ ଶହ ଅଂଶଗ୍ରହଣକାରୀଙ୍କ ସହ କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଛି । ପୁରୀ ବେଳାଭୂମିର ୧୦ଟି ଲୋକେସନରେ ମୋ ବିଚ୍ ଯୋଗ କାର୍ଯ୍ୟକ୍ରମ ହେଉଛି । ପ୍ରତି ଲୋକେସନରେ ୨୦ ଜଣ ଲେଖାଏଁ ଅଂଶଗ୍ରହଣକାରୀ,ଜଣେ ଇନଷ୍ଟ୍ରକଟର ଓ ଜଣେ ପ୍ରଶିକ୍ଷକ ରହିବେ ।

Comments are closed.