ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ, ୨୪ ଘଂଟାରେ ୨ ହଜାର ୧୯ ନୂଆ ଆକ୍ରାନ୍ତ, ଲଗାତର ଦ୍ୱିତୀୟ ଦିନ ପାଇଁ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩ ଶହରୁ ତଳେ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୧୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୧୬୮ ଓ ସ୍ଥାନୀୟ ଅଂଚଳରୁ ୮୫୧ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩ ଶହରୁ କମ୍ ରହିଛି । ଜିଲ୍ଲାରୁ ୨୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫୦, ଅନୁଗୁଳରୁ ୧୨୯, ମୟୂରଭଂଜରୁ ୧୧୧, ସୁନ୍ଦରଗଡରୁ ୯୯, ନୂଆପଡାରୁ ୯୦, ବରଗଡରୁ ୭୭, ବାଲେଶ୍ୱରରୁ ୬୯, ଯାଜପୁରରୁ ୭୩, ଜଗତସିଂହପୁରରୁ ୬୪, କଳାହାଣ୍ଡିରୁ ୬୯, ସୋନପୁରରୁ ୬୮, ନବରଂଗପୁରରୁ ୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩ ଜଣ ଆକ୍ରାନ୍ତ । 

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୪ ହଜାର ୨୨୭ ଜଣ । ୨୨ ହଜାର ୯୪୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.