ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨୦ ହଜାର ତଳେ ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ୧ ହଜାର ୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୧୦୯ ଓ ସ୍ଥାନୀୟ ଅଂଚଳରୁ ୮୦୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ରୋଗୀ । ଅନୁଗୁଳ ଜିଲ୍ଲାରୁ ୧୦୬, ଜଗତସିଂହପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୯୯ ଲେଖାଏଁ ଓ ମୟୂରଭଂଜ ଜିଲ୍ଲାରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୮୨, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୩, ବରଗଡ,ନୂଆପଡା ଓ ବଲାଙ୍ଗୀରରୁ ୬୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୫୪, ପୁରୀରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ଚିହ୍ନଟ ହୋଇଛନ୍ତି ୨୮ ଆକ୍ରାନ୍ତ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୯୪କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୨ ଲକ୍ଷ ୫୪ ହଜାର ୯୧୩ ଜଣ ସୁସ୍ଥ ହୋଇସାରିଲେଣି । ବର୍ତମାନ ୧୯ ହଜାର ୯୩୨ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସେପଟେ ରାଜ୍ୟରେ ଆଉ ୧୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.