କୋରୋନା ଟିକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଲେ ରାଜ୍ୟ ସରକାର , ଏକ ଡାଟାବେସରେ ରହିବ ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ

ଭୁବନେଶ୍ୱର-ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ କୋଭିଡ ଟିକା । ଟିକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ଆଇଏମଏ,ଆୟୁଷ,ନର୍ସିଂ ଆସେସିଏସନ. ପାରାମେଡିକ କର୍ମଚାରୀ ଓ ଘରୋଇ ମେଡିକାଲ ଓନର ଆସୋସିଏସନକୁ ତାଲିକା ମଗାଯାଇଛି । ଏକ ଡାଟାବେସରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ରହିବ । ଅକ୍ଟୋବର ୨୯ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟା ଡାଟାବେସରେ ପଂଜୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆସୋସିଏସନର ସଦସ୍ୟ ନିଜ ନାଁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଦେବେ । ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ଏସିଏସ୍ ଚିଠି ଲେଖି ଅଙ୍ଗନବାଡି କର୍ମୀ, ହେଲପର, ସୁପରଭାଇଜର ସିଡିପିଓଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୨୯ ମଧ୍ୟରେ ସିଭିବିଏମଏସରେ ଡାଟା ଅପଲୋଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.