ଆକାଶଛୁଆଁ ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପଦକ୍ଷେପ, ମହଜୁଦ ସୀମା ନେଇ କଟକଣା ଜାରି, ବିଦେଶରୁ ହେବ ପିଆଜ ଆମଦାନୀ

ନୂଆଦିଲ୍ଲୀ- ଦେଶରେ ପିଆଜ ଦର ହୁ ହୁ ହୋଇ ବଢିଚାଲିଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ପିଆଜ ମହଜୁଦ ସୀମା ନେଇ କଟକଣା ଜାରି କରିକରିଛନ୍ତି ସରକାର । ପାଇକାରୀ ବ୍ୟବସାୟୀ ଏବେ ୨୫ ମେଟ୍ରିକ ଟନ୍ ଓ ଖୁୁଚୁରା ବ୍ୟବସାୟୀ ମାତ୍ର ୨ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ୧୦ ହଜାର ମେଟ୍ରିକ ଟନ୍ ପିଆଜ ଆମଦାନୀ ପାଇଁ ଟେଣ୍ଡର ଜାରି କରାଯିବ ।

Comments are closed.