ଭାରତରେ କୋରୋନା ମାମଲା ୭୮ ଲକ୍ଷ ପାର, ୨୪ ଘଂଟାରେ ୫୩ ହଜାର ୩୭୦ ନୂଆ ଆକ୍ରାନ୍ତ, ୬୫୦ ମୃତ

ନୂଆଦିଲ୍ଲୀ- ଦେଶରେ ମୋଟ କୋରୋନା ମାମଲା ୭୮ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ୫୩ ହଜାର ୩୭୦ ନୂଆ ଆକ୍ରାନ୍ତ ତିହ୍ନଟ ହେବା ସହ ମୋଟ ମାମଲା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୭୦ ଲକ୍ଷ ୧୬ ହଜାର ୪୬ ଜଣ ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୬ ଲକ୍ଷ ୮୦ ହଜାର ୬୮୦ ରହିଛି । ଏଣେ ଗତ ୨୪ ଘଂଟାରେ ଦେଶରେ ୬୫୦ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ଦେଶରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଛି ।

Comments are closed.