ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ପବିତ୍ର ଦୁର୍ଗାପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମା’ ଦୁର୍ଗାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ,ସମୃଦ୍ଧି ଓ ଉଲ୍ଲାସ ଭରିଦେଉ ବୋଲି ରାଜ୍ୟବାସୀଙ୍କୁ ପୂଜା ଅଭିନନ୍ଦନ ବାର୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସାରା ରାଜ୍ୟରେ ମଣ୍ଡପରେ ମହାଷ୍ଟମୀ ଓ ପୀଠରେ ମହାନବମୀ ପାଳନ କରାଯାଉଛି । କୋଭିଡ କଟକଣା ମଧ୍ୟରେ ଦେବୀ ଦୁର୍ଗାଙ୍କ ଆରାଧନା କରାଯାଉଛି ।

Comments are closed.