ଆଂଜିଓପ୍ଲାଷ୍ଟି ପରେ ବେଶ୍ ପ୍ରଫୁଲ୍ଲିତ ଅଛନ୍ତି କପିଳ, ହସପିଟାଲରୁ ଜାରି ହେଲା ଫଟୋ

ନୂଆଦିଲ୍ଲୀ – ହୃଦଘାତ ପରେ ଜରୁରୀକାଳିନ ଆଂଜିଓପ୍ଲାଷ୍ଟି କରାଇଥିବା କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଅବସ୍ଥା ସ୍ଥିର ରହିଛି । ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ଶୁଭେଚ୍ଛା ପାଇଁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତର ପ୍ରଥମ ବିଶ୍ୱବିଜେତା କ୍ରିକେଟ କ୍ୟାପଟେନଙ୍କ ଚିକିତ୍ସିତ ହେଉଥିବା ହସପିଟାଲରୁ ଏକ ଫଟୋ ଜାରି ହୋଇଛି । ଫଟୋରେ ସେ ଥମ୍ବସ୍ ଅପ୍ ସାଇନ୍ ସହ ବେଶ୍ ପ୍ରଫୁଲ୍ଲିତ ଥିବା ଜଣାପଡୁଛନ୍ତି । ପାଖରେ ତାଙ୍କର ଝିଅ ଅମିୟା ବସିଛନ୍ତି । ଗତକାଲି କପିଳଙ୍କୁ ହୃଦଘାତ ହୋଇଥିଲା । ପରେ ତାଙ୍କର ସଫଳ ଆଂଜିଓପ୍ଲାଷ୍ଟି କରାଯାଇଥିଲା । ୬୧ ବର୍ଷିୟ କପିଳଙ୍କୁ ଖୁବ୍ ଶୀଘ୍ର ହସପିଟାଳରୁ ଡିସଚାର୍ଜ କରାଯିବ ।

Comments are closed.