ରାଜ୍ୟରେ କୋରୋନା ସଂକ୍ରମଣର ତଳମୁହାଁ ଗତି ଜାରି, ଲଗାତର ଦ୍ୱିତୀୟ ଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଶହରୁ ତଳେ, ଖୋର୍ଧା ଜିଲ୍ଲାରୁ ମାତ୍ର ୧୫୮

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ତଳମୁହାଁ ଗତି ଜାରି ରହିଛି । ଲଗାତର ଦ୍ୱିତୀୟ ଦିନ ଧରି ସଂକ୍ରମଣ ସଂଖ୍ୟା ୧୭ ଶହରୁ ତଳେ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧ ହଜାର ୬୩୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜିଲ୍ଲାରୁ ମାତ୍ର ୧୫୮ ରୋଗୀ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ଧରି ଜିଲ୍ଲାରୁ ୨ ଶହରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୧୩୨, ସୁନ୍ଦରଗଡରୁ ୧୦୬, କେନ୍ଦ୍ରାପଡାରୁ ୧୦୫, ଅନୁଗୁଳରୁ ୧୦୦, ନୂଆପଡାରୁ ୮୯, ବଲାଙ୍ଗିରରୁ ୮୦, ଜଗତସିଂହପୁରରୁ ୭୯, ପୁରୀରୁ ୫୮, ଝାରସୁଗୁଡାରୁ ୫୪, ବରଗଡରୁ ୫୩, କେନ୍ଦୁଧରରୁ ୫୧, ମୟୂରଭଂଜରୁ ୪୨ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ଗଂଜାମ ଜିଲ୍ଲାରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ଲକ୍ଷ ୮୧ ହଜାର ୨୧୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୬୨ ହଜାର ୩୧ । ୧୭ ହଜାର ୮୮୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ୧୬ ଜଣ କୋରୋନା ରୋଗୀ । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୪୫ରେ ପଂହଚିଛି ।

Comments are closed.