ବିହାର ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଥମିବ ପ୍ରଚାର

ପାଟନା – ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ସଂଧ୍ୟାରେ ପ୍ରଚାର ଶେଷ ହେଉଛି । ୨୮ ଅକ୍ଟୋବରରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ ମନ୍ତ୍ରୀଙ୍କ ସମେତ ଅନେକ ତୁଙ୍ଗନେତାଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର୍ । ପ୍ରଥମ ପର୍ଯ୍ୟାୟରେ ଆରଜେଡିର ୪୨, ଜେଡିୟୁର ୩୫, ବିଜେପିର ୨୯, କଂଗ୍ରେସର ୨୧, ଏଲଜେପିର ୪୩, ଆରଏଲଏସପିର ୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ବର୍ତମାନ ୭୧ଟି ଆସନ ମଧ୍ୟରୁ ଆରଜେଡି ପାଖରେ ୨୫ଟି ଆସନ ଥିବା ବେଳେ ଜେଡିୟୁର ୨୩, ବିଜେପିର ୧୩ ଓ କଂଗ୍ରେସର ୮ଟି ଆସନ ରହିଛି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଏଥର ତିନିଟି ପର୍ଯ୍ୟାୟରେ ମତଦାନ ହେଉଛି । କଡା କୋଭିଡ କଟକଣା ମଧରେ ଆସନ୍ତା ୨୮, ନଭେମ୍ବର ୩ ଓ ନଭେମ୍ବର ୭ ତାରିଖରେ ମତଦାନ ହେବ । ଭୋଟଗଣତି ନଭେମ୍ବର ୧୦ ତାରିଖରେ ହେବ । ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ଏନଡିଏ ଓ ମହାମେଂଟ ମଧ୍ୟରେ ହେଉଛି । ତେବେ, ଲୋକଜନ ଶକ୍ତି ପାର୍ଟି ଏନଡିଏରୁ ଓହରି ଯାଇ ଅଲଗା ନିର୍ବାଚନ ଲଢୁଛି ।

Comments are closed.