ଦେଶରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ମାମଲା, ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ତଳେ, ମୃତ୍ୟୁ ସଂଖ୍ୟା ୪୮୮

ନୂଆଦିଲ୍ଲୀ – ଦେଶରେ ଦୈନିକ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଂଟାରେ ସାରାଦେଶରେ ୩୬ ହଜାର ୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କୋରୋନା ସଂକ୍ରମଣ ୪୦ ହଜାରରୁ ତଳେ ରହିଛି । ଏବେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ୭୨ ଲକ୍ଷ ୧ ହଜାର ୭୦ ସୁସ୍ଥ ହୋଇସାରିଲେଣି । ଦେଶରେ ବର୍ତମାନ ଆକ୍ଟିଭ କେସ୍ ୬ ଲକ୍ଷ ୨୫ ହଜାର ୮୫୭ ରହିଛି ।
ସେପଟେ ଦେଶରେ ଦୈନିକ କୋରୋନା ମୃତ୍ୟୁ ସଂଖ୍ୟା ବି ହ୍ରାସ ହେବାରେ ଲାଗିଛି । ଗତ ୨୪ ଘଂଟାରେ ସାରାଦେଶରେ ୪୮୮ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ କୋରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨କୁ ବୃଦ୍ଧି ପାଇଛି ।

Comments are closed.