ରାୟଗଡା ଓ ଗଂଜାମ ଜିଲ୍ଲାରେ ଅଭିନବ ଶୈଳୀରେ କୋଭିଡ ସଚେତନତା ବାର୍ତା ଦେଉଥିବା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା

ଭୁବନେଶ୍ୱର – ଅଭିନବ ଉପାୟରେ କୋଭିଡ-୧୯ ବିରୋଧରେ ସଚେତନତା ବାର୍ତା ପ୍ରଚାର କରୁଥିବା ଜଣେ ସ୍ୱେଚ୍ଛାସେବୀଙ୍କ ସମେତ ଜଣେ ଆଶାକର୍ମୀ ଓ ଜଣେ ଅଙ୍ଗନବାଡି କର୍ମୀଙ୍କ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଷ୍ଟକର ସମୟରେ ଉତ୍ସର୍ଗୀକୃତ ମନୋଭାବ ସହ ଅଭିନବ ଶୈଳୀରେ କୋଭିଡ ସଚେତନତା ବାର୍ତା ପ୍ରଚାର କରୁଥିବାରୁ ମୁଖ୍ୟମନ୍ତ୍ରୀ ରାୟଗଡା ଜିଲ୍ଲାର ସ୍ୱେଚ୍ଛାସେବୀ ପାର୍ବତୀ ହିକକା, ଗଂଜାମ ଜିଲ୍ଲାର ଆଶାକର୍ମୀ ସୁଜାତା ମିଶ୍ର ଓ ଅଙ୍ଗନବାଡି କର୍ମୀ ସବିତା ପାଢିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ।

ଯୁବ ସ୍ୱେଚ୍ଛାସେବୀ ପାର୍ବତୀ ହିକକା ରାୟଗଡା ଜିଲ୍ଲାର ଦୁର୍ଗମ ଗାଁଗୁଡିକରେ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ସ୍ଥାନୀୟ କୁଇ ଭାଷାରେ କୋଭିଡ ସଚେତନତା ବାର୍ତା ପ୍ରଚାର କରିଆସୁଛନ୍ତି । ଗଂଜାମ ଜିଲ୍ଲାର ଆଶା କର୍ମୀ ସୁଜାତା ମିଶ୍ର ଓ ସବିତା ପାଢି ସ୍ଥାନୀୟ ଭାଷାରେ ପ୍ରସ୍ତୁତ ଗୀତ ଓ ସଂଗୀତ ମାଧ୍ୟମରେ କୋଭିଡ ସଚେତନତା ବାର୍ତା ପ୍ରଚାର କରୁଛନ୍ତି ।

Comments are closed.