ସରୁଅ ଜମି ହଡପ ମାମଲାରେ ବୈଜୟନ୍ତଙ୍କ ଗିରଫ ଦାବି କଲା ଓଡିଶା ଦଳିତ ଆଦିବାସୀ ମହିଳା ମଂଚ

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲା ସରୁଅରେ ଜମି ହଡପ ଅଭିଯୋଗ ମାମଲାରେ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କରି ରାଜଧାନୀରେ ଓଡିଶା ଦଳିତ ଓ ଆଦିବାସୀ ମହିଳା ମଂତ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଲୋୟର ପିଏମଜି ଛକରେ ମଂଚର ଶହ ଶହ ସଦସ୍ୟ ବୈଜୟନ୍ତଙ୍କ ବିରୋଧରେ ସ୍ଲେ।।ଗାନ ଦେବା ସହ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରିଥିଲେ । ଜାଲିଆତି କରି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ଶାଗମାଛ ଦରରେ ଦଳିତଙ୍କ ଜମି କିଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସେପଟେ ନବନିର୍ମାଣ କୃଷକ ସଂଘ ଜମି ହଡପ ମାମଲାରେ ଓଡିଶା ଇନଫ୍ରାଟେକକୁ ନିନ୍ଦା କରିଛି ।

Comments are closed.