ଭୁବନେଶ୍ୱରରୁ ପୁରୀ ଚାଲାଣ ବେଳେ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ- ଚନ୍ଦନପୁରରେ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏକ କାରରେ ଭୁବନେଶ୍ୱରରୁ ପୁରୀକୁ ବ୍ରାଉନସୁଗାର ଚାଲାଣ ହେଉଥିଲା । କାରକୁ ବି ଜବତ କରିଛି ପୋଲିସ ।ଏହି ମାମଲାରେ ୪ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ମହିଳା ବେପାରୀ ଅଫସାନା ବିବି । ଏହି ମାମଲାରେ ଅନ୍ୟ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁରୀର ହୋଇଥିବା ବେଳେ ଆଉ ୨ ଜଣ ବାଲେଶ୍ୱରର ବୋଲି ଜଣାପଡିଛି ।

Comments are closed.