ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ, ଚାଷୀଙ୍କୁ ୪୮ ଘଂଟା ମଧ୍ୟରେ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର- ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ କରାଯିବ । ନଭେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଧାନ ସଂଗ୍ରହ ହେବ । ଗତବର୍ଷ ଅପେକ୍ଷା ଅଧିକ ଅଢେଇ ଲକ୍ଷ ଚାଷୀ ଅନଲାଇନରେ ପଂଜିକରଣ କରିଛନ୍ତି । ଚଳିତବର୍ଷ ୧୪ ଦଶମିକ ୯୭ ଲକ୍ଷ ଚାଷୀ ପଂଜୀକରଣ କରିଛନ୍ତି । ଚାଷୀଙ୍କୁ ୪୮ ଘଂଟା ମଧ୍ୟରେ ଟଙ୍କା ପ୍ରଦାନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦-୨୧ ବର୍ଷରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ଖରିଫ ଧାନ ସଂଗ୍ରହ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି ।

Comments are closed.