ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନା ଉଦ୍ୟମକୁ ରିଜର୍ଭ ବ୍ୟାଙ୍କର ପ୍ରଶଂସା

ଭୁବନେଶ୍ୱର- ଓଡିଶା ସରକାରଙ୍କ ଦକ୍ଷ ଆର୍ଥିକ ସଂକଟ ପରିଚାଳନାକୁ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆର ରିପୋର୍ଟରେ ସ୍ଥାନ ଦିଆଯାଇଛି । ଏ ଦିଗରେ ରାଜ୍ୟରେ ନବୀନ ସରକାରଙ୍କ ତିନି ପର୍ଯ୍ୟାୟ ଆଭିମୁଖ୍ୟ ସଂପର୍କରେ ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଫିସକାଲ ରିସ୍କ ମ୍ୟାନେଜମେଂଟକୁ ଏକ ପ୍ରମୁଖ ସଂସ୍କାର ଭାବେ ଓଡିଶା ସରକାର ଗ୍ରହଣ କରିଛନ୍ତି ।

ଅର୍ଥ ମନ୍ତ୍ରାଳୟରେ ଏକ ଉତ୍ସର୍ଗୀକୃତ ଆର୍ଥିକ ସଂକଟ ଓ ଋଣ ପରିଚାଳନା ପ୍ରକୋଷ୍ଠ ଏବଂ ଏକ ଉଚ୍ଚସ୍ତରୀୟ ଫିସକାଲ ରିସ୍କ କମିଟି ଗଠନ ସଂପର୍କିତ ପଦକ୍ଷେପ ମଧ୍ୟ ରିଜର୍ଭ ବ୍ୟାଙ୍କର୍ ଦୃଷ୍ଟି ଆକର୍ଷଣ କରିଛି । ତିନି ପର୍ଯ୍ୟାୟ ଆଭିମୁଖ୍ୟ ସ୍ୱରୂପ ଓଡିଶା ସରକାର ଫିସକାଲ ରିସ୍କର ଚିହ୍ନଟ ସହ ଫିସକାଲ ରିପୋର୍ଟିଂ ଓ ଏହାର ପ୍ରଶମନ ଓ ପରିଚାଳନା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ରାଜ୍ୟର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଆର୍ଥିକ ଅବସ୍ଥା ସମୀକ୍ଷା ପାଇଁ ଓଡିଶା ଆନ୍ତର୍ଜାତିକ ମୁଦ୍ରାପାଂଠି -ଆଇଏମଏଫ୍ ମାଲିକାନାରେ ପରିଚାଳିତ ହେଲଥ୍ ଚେକ୍ ଟୁଲ୍ ବ୍ୟବହାର କରୁଥିବା ଆରବିଆଇ ରିପୋର୍ଟରେ କୁହାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Comments are closed.