ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ପାର, ଦିନକରେ ୪୯ ହଜାର ୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ, ୫୧୭ ମୃତ

ନୂଆଦିଲ୍ଲୀ – ଦେଶରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୫୧୭ ଜଣଙ୍କ ମୃତ୍ୟୁ ହୋଇଛି । ଦିନକରେ ୪୯ ହଜାର ୮୮୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି । ଦିନକରେ ୫୬ ହଜାର ୪୮୦ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ୬ ଲକ୍ଷ ୩ ହଜାର ୬୮୭ରେ ପହଂଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୭୩ ଲକ୍ଷ ୧୫ ହଜାର ୯୮୯ ଜଣ ରୋଗୀ ।

Comments are closed.