କୋଭିଡ ସ୍ଥିତି ଯୋଗୁଁ ଏଥର ଆୟୋଜନ ହେବ ନାହିଁ କଟକ ବାଲିଯାତ୍ରା, ସମୂହ ବୋଇତ ବନ୍ଦାଣ ବି ବାରଣ

କଟକ- ଚଳିତ ବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ ହେବ ନାହିଁ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏ ନେଇ ସୂଚନା ଦେଇଛନ୍ତି । କୋଭିଡ ସ୍ଥିତିକୁ ଦେଖି ବାଲିଯାତ୍ରା ପାଇଁ ଅନୁମତି ଦେଇ ହେବ ନାହିଁ ବୋଲି ସେ କହିଛନ୍ତି । କୋଭିଡ ସ୍ଥିତିରେ ଏଭଳି ଏକ ବିରାଟ ଆୟୋଜନ କଷ୍ଟକର । କାର୍ତିକ ପୂର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । ଧବଳେଶ୍ୱରରେ ବଡଓଷା ବି ପାଳନ କରାଯିବ ନାହିଁ ।

Comments are closed.