ବ୍ରହ୍ମପୁରରେ ଆଇପିଏଲ ବେଟିଂ ରାକେଟ୍ ଠାବ, ୨ ଗିରଫ, ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ

ବ୍ରହ୍ମପୁର – ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଆଇନ୍ ଜୁଆ ଆଡ୍ଡା ଉପରେ ଚଢାଉ ଚାଲିଥିବା ବେଳେ ରେଶମ ନଗରୀ ବ୍ରହ୍ମପୁରରେ ଏକ ଆଇପିଏଲ୍ ବେଟିଂ ରାକେଟ୍ ଠାବ କରିଛି ପୋଲିସ । ରାକେଟ ଚଳାଉଥିବା ଗ୍ୟାଙ୍ଗ୍‌ର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମପୁର ହାଉସିଂ ବୋର୍ଡର ଲାଲି ଆଚାରି ଓ ପ୍ରଶାନ୍ତ ସୁବୁଦ୍ଧି ।

ସେମାନଙ୍କଠାରୁ ୩୩ ଲକ୍ଷ ୬୧ ହଜାର ଟଙ୍କା, ୪ଟି ମୋବାଇଲ ଓ ୩ଟି ଏଟିଏମ କାର୍ଡ ଜବତ କରାଯାଇଛି । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଚଢାଉ କରାଯାଇ ଏହି ଆଇପିଏଲ ବେଟିଂ ରାକେଟ୍ ଠାବ କରାଯାଇଥିଲା । ଏହି ଆଇପିଏଲ ବେଟିଂ ରାକେଟରେ ବହୁ ଲୋକ ସଂପୃକ୍ତ ଥିବା ପୋଲିସ କହିଛି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

Comments are closed.