ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ : ୫୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହୋଇଛି ଆଂଟିବଡି

ଭୁବନେଶ୍ୱର- ଭୁବନେଶ୍ୱରରେ କରାଯାଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଛି । ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି ।

ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ବିଏମସି, ଆରଏମଆରସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯାଇଥିଲା । ୧ ହଜାର ୪୦୩ଟି ରାଣ୍ଡମ ନମୁନା ସଂଗ୍ରହ କରାଯାଇ ସର୍ଭେ କରାଯାଇଥିଲା । ବିଭିନ୍ନ ୱାର୍ଡରେ ଆଂଟିବଡି ଭିନ୍ନ ଭିନ୍ନ ରହିଛି । ୱାର୍ଡ ନମ୍ବର ୫୫ରେ ୨୮ ପ୍ରତିଶତ ଓ ୱାର୍ଡ ନମ୍ବର ୧୬ରେ ୬୩ ପ୍ରତିଶତ ଆଂଟିବଡି ସୃୃଷ୍ଟି ହୋଇଛି । ଏହି ତୃତୀୟ ପର୍ଯ୍ୟାୟ ଆଂଟିବଡି ୨ ସପ୍ତାହ ପୂର୍ବର ସ୍ଥିତିକୁ ବୁଝାଉଛି । ଏବେ ସର୍ଭେ ହେଲେ ଅଧିକ ଆଂଟିବଡି ଆସିବ ବୋଲି କୁହାଯାଇଛି ।

Comments are closed.