ମହିଳା ଥାନା କନଷ୍ଟେବଳଙ୍କ ସଚ୍ଚୋଟତାକୁ ସିଏମଓର ପ୍ରଶଂସା

ଭୁବନେଶ୍ୱର- ଭୁବନେଶ୍ୱର ମହିଳା ପୋଲିସ ଥାନାର କନଷ୍ଟେବଳ ଭାନୁମତୀ ମଲ୍ଲିକଙ୍କ ସଚ୍ଚୋଟତା ଓ କର୍ତବ୍ୟ ପରାୟଣତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ଭାନୁମତୀ ମଲ୍ଲିକ ୧ ନମ୍ବର ହାଟରେ ନଗଦ ୨୦ ହଜାର ଟଙ୍କା, ଗୋଟିଏ ଏଟିଏମ୍ ଓ ପରିଚୟ ପତ୍ର ଥାଇ ଏକ ପର୍ସ ପାଇଥିଲେ । ତୁରନ୍ତ ସେ ପର୍ସକୁ ଥାନାରେ ଜମା ଦେଇଥିଲେ । ଏହି ପର୍ସ ୧୨୦ ବାଟାଲିୟନର ଯବାନ ଅମନପ୍ରୀତ ସିଂହଙ୍କର ଥିଲା । ତାଙ୍କୁ ଚିହ୍ନଟ କରାଯାଇ ପର୍ସ ଫେରାଇ ଦିଆଯାଇଥିଲା । ଭାନୁମତୀଙ୍କ ଏହି ସଚ୍ଚୋଟତାକୁ କମିଶନରେଟ ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶଂସା କରିଛନ୍ତି ।

Comments are closed.