୧୦୫ ଦିନ ପରେ ଦେଶରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ତଳକୁ ଖସିଲା, ଦିନକରେ ୩୮ ହଜାର ୩୧୦ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଦିନକରେ ୩୮ ହଜାର ୩୧୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୧୦୫ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ତଳେ ରହିଛି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ୨୪ ଘଂଟାରେ ୪୯୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୯୭ରେ ପହଂଚିଛି । ୭୬ ଲକ୍ଷ ୩ ହଜାର ୧୨୧ ରୋଗୀ କୋରୋନାରୁ ସୁସ୍ଥ ହୋଇ ସାରିଲେଣି । ବର୍ତମାନ ଦେଶରେ କେବଳ ୫ ଲକ୍ଷ ୪୧ ହଜାର ୪୦୫ ସକ୍ରିୟ ମାମଲା ରହିଛି ।

Comments are closed.