ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୩ ଶହରୁ ତଳକୁ ଖସିଲା,୨୪ ଘଂଟାରେ ୧ ହଜାର ୨୦୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଦୈନିକ ସଂକ୍ରମଣ ଗତ ୨୪ ଘଂଟାରେ ୧୩ ଶହରୁ ତଳକୁ ଖସିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୦୧ ନୂଆ କୋରୋନା ରୋଗୀ । ସଂଗରୋଧରୁ ୬୯୭ ଓ ସ୍ଥାନୀୟ ଅଂଚଳରୁ ୫୦୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୭୩, ମୟୂରଭଂଜରୁ ୭୩, କଟକରୁ ୬୯, ସୁନ୍ଦରଗଡରୁ ୬୭ ଓ ଗଂଜାମରୁ ୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୭୯ ହଜାର ୯୧ ଜଣ ସୁସ୍ଥ ହୋଇସାରିଲେଣି । ୧୩ ହଜାର ୯୧୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.