ବିହାର ବିଧାନସଭା ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟ୍ ଜାରି, ୭୮ଟି ଆସନରେ ମତଦାନ, ୧ ହଜାର ୨୦୪ ପ୍ରାର୍ଥୀଙ୍କ ହେବ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ

ପାଟନା – ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସ ନେରେଭାଟ୍ ନିଆଯାଉଛି । ଏହି ପର୍ଯ୍ୟାୟରେ ୨ କୋଟି ୩୫ ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ ।

୧ ହଜାର ୨୦୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୮ରେ ପ୍ରଥମ ଓ ଏହି ମାସ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା । ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପରେ ଆସନ୍ତା ୧୦ ତାରିଖରେ ହେବ ଭୋଟ୍ ଗଣତି ।

ଏଥର ବି ଶାସକ ଏନଡିଏ ଓ ଆରଜେଡି ନେତୃତ୍ୱାଧିନ ମହାମେଂଟ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ନୀତୀଶଙ୍କୁ ବିରୋଧ କରି ଏଥର ଲୋକ ଜନଶକ୍ତି ପାର୍ଟି-ଏନଡିଏରୁ ଓହରିଯାଇ ଅଲଗା ଲଢୁଛି । ତେବେ, ଦଳ ବିଜେପିକୁ ସମର୍ଥନ କରିବ ବୋଲି କହିିଛି ।

Comments are closed.