ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୯୬ ଲକ୍ଷ ୪୬ ହଜାର, ମୃତ୍ୟୁସଂଖ୍ୟା ୧୨ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ -ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୧୨ ଲକ୍ଷ ୪୮ ହଜାରକୁ ବୃଦ୍ଧି ପାଇଛି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୯୬ ଲକ୍ଷ ୪୬ ହଜାରରୁ ଅଧିକ ହୋଇଛି । ଏ ଯାଏଁ ରୋଗରୁ ୩ କୋଟି ୫୨ ଲକ୍ଷ ୪୪ ହଜାର ୬୩୬ ଜଣ ସୁସ୍ଥ ହୋଇଛନ୍ତି । ଆମେରିକାରେ କୋରୋନାରେ ସର୍ବାଧିକ ୨ ଲକ୍ଷ ୪୨ ହଜାର ୨୩୦ ଜଣ ପ୍ରାଣ ହରାଇଛନ୍ତି । ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୩୫ ଜଣ ପ୍ରାଣ ହରାଇଛନ୍ତି ।

Comments are closed.