ରାଜ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ପାର, ଗୋଟିଏ ଦିନରେ ୧ ହଜାର ୩୭୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୩୭୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୭୯୬ ଓ ସ୍ଥାନୀୟ ଅଂଚଳରୁ ୫୭୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୪୫ , କଟକରୁ ୧୨୧, ନୂଆପଡାରୁ ୧୦୮, ସୁନ୍ଦରଗଡରୁ ୯୬, ଅନୁଗୁଳରୁ ୮୧, ମୟୂରଭଞ୍ଜରୁ ୭୮, ଜଗତସିଂହପୁରରୁ ୭୦, କେନ୍ଦ୍ରାପଡାରୁ ୬୫ ଓ ପୁରୀ ଜିଲ୍ଲାରୁ ୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୧ ଆକ୍ରାନ୍ତ ।

ରାଜ୍ୟରେ ତିନି ଲକ୍ଷ ପାର କରିଛି ମୋଟ କୋରୋନା ପଜିିଟିଭଙ୍କ ସଂଖ୍ୟା । ଏ ଯାଏଁ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୮୫ ହଜାର ୧୭୪ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ କୋରୋନା ମାମଲା ସଂଖ୍ୟା ୧୩ ହଜାର ୫୦୩ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭ ଜଣ ପ୍ରାଣ ହରାଇଛନ୍ତି । ମୋଟ କୋରୋନା ମୃତ୍ୟୁସଂଖ୍ୟା ୧ ହଜାର ୪୧୦ରେ ପହଂଚିଛି ।

Comments are closed.