ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ, ୧୦ ତାରିଖର ଗଣତିକୁ ଅପେକ୍ଷା , କିଛି ଏକଜିଟ୍ ପୋଲ୍ ଅନୁସାରେ ବିରୋଧୀ ମହାମେଂଟ-ଏନଡିଏ ମଧ୍ୟରେ କଡା ମୁକାବିଲା

ପାଟନା – ବିହାର ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ସ୍ଥାନରେ ମତଦାନ ହୋଇଛି । ମତଦାନ ପ୍ରତିଶତ ସଂଧ୍ୟା ୬ଟା ସୁଦ୍ଧା ୫୪ ପ୍ରତିଶତ ଦଶମିକ ୬୩ ପ୍ରତିଶତ ରହିଛି । ୧ ହଜାର ୨୦୪ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ମତଦାନ ପରେ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଓ ଏଜେନସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏନଡିଏ ଓ ମହାମେଂଟ ମଧ୍ୟରେ ଏଥର କଡା ଟକ୍କର ହେବ ।

ଏନଡିଏର ଭୋଟ ପ୍ରତିଶତ ସାମାନ୍ୟ ଅଧିକ ରହିଲେ ମଧ୍ୟ ଆସନ ତୁଳନାରେ ମହାମେଂଟ ଆଗୁଆ ରହିବ ବୋଲି କିଛି ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ବିହାର ବିଧାନସଭାର ମୋଟ ଆସନ ହେଉଛି ୨୪୩ । ସଂଖ୍ୟାଗରିଷ୍ଠତା ପାଇଁ ଦରକାର ୧୨୨ ଆସନ । ଏଥର ମତଦାନ ତିନିଟି ପର୍ଯ୍ୟାୟରେ ହୋଇଛି । ଆସନ୍ତା ୧୦ ତାରିଖରେ ହେବ ମତଗଣନା ।

୨୦୧୬ ନିର୍ବାଚନରେ କୌଣସି ଦଳରୁ ସଂଖ୍ୟାଗରିଷ୍ଠତା ମିଳି ନ ଥିଲା । ଆରଜେଡି ଓ ଜେଡିୟୁ ମିଳିତ ଭାବେ ସରକାର ଗଠନ କରିଥିଲେ । ନୀତୀଶ କୁମାର ହୋଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ୨୦୧୭ରେ ନୀତୀଶ କୁମାର ଲାଲୁଙ୍କ ହାତ ଛାଡି ଏନଡିଏ ଶିବିରରେ ଯୋଗ ଦେଇଥିଲେ । ଫଳରେ ଏନଡିଏ ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ । ଏବେ ତେଜସ୍ୱୀ ଯାଦବଙ୍କଠାରୁ ନୀତୀଶ କୁମାର ଓ ଏନଡିଏ କଡା ଆହ୍ୱାନର ସମ୍ମୁଖୀନ ହେଲା ଭଳି ଲାଗୁଛି ।

Comments are closed.