ଚଳିତବର୍ଷ ଇସ୍ରୋର ପ୍ରଥମ ମହାକାଶ ଅଭିଯାନ : ଭାରତର ନୂଆ ଭୂ -ପର୍ଯ୍ୟବେକ୍ଷଣ ସମେତ ୧୦ଟି ସାଟେଲାଇଟ୍ ସଫଳତାର ସହ ଉତକ୍ଷେପଣ

ଶ୍ରୀହରିକୋଟା – ଭାରତର ନୂଆ ଜିଓ ଅବଜରଭେଟରୀ ସାଟେଲାଇଟ୍ ଇଓଏସ୍‌-୦୧ ଓ ଅନ୍ୟ ଦେଶର ୯ଟି ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ । ଇସ୍ରୋର ପିଏସଏଲଭି-ସି୪୯ ଦ୍ୱାରା ଉପଗ୍ରହଗୁଡିକୁ ଆନ୍ଧ୍ର ପ୍ରଦେଶ ଶ୍ରୀହରିକେ।।ଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଉତ୍‌କ୍ଷେପଣ ପରେ ସଫଳତାର ସହ କକ୍ଷ ପଥରେ ଉପଗ୍ରହଗୁଡିକ ଅବସ୍ଥାପିତ ହୋଇଛି ।

ଏ ବର୍ଷ ଏହା ହେଉଛି ଇସ୍ରୋର ପ୍ରଥମ ମହାକାଶ ଅଭିଯାନ । ସଫଳତାର ସହ ଇସ୍ରୋ ୧୦ଟି ଉପଗ୍ରହ ଉତକ୍ଷେପଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।

ଆଜି ପ୍ରକ୍ଷେପିତ ହୋଇଥିବା ଭାରତର ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ –ଇଓଏସ୍ -୦୧ ଦ୍ୱାରା କୃଷି ଓ ବିପର୍ଯ୍ୟୟ ପରିଚାଳନା ସହଜ ହେବ ବୋଲି ଇସ୍ରୋ କହିଛି । ବ୍ୟବସାୟିକ ଭିତିରେ ଇସ୍ରୋ ଆଜି ଉତକ୍ଷେପଣ କରିଥିବା ଅନ୍ୟ ଦେଶର ସାଟେଲାଇଟ ମଧ୍ୟରୁ ଲିଥୁଆନିଆର ୧, ଲକ୍ସମବର୍ଗର ୪, ଆମେରିକାର ୪ ସାଟେଲାଇଟ୍ ସାମିଲ ଅଛି ।

Comments are closed.