‘ମୋ ଧାମ, ମୋ ଗର୍ବ’ ଅଭିଯାନ ଉଦ୍‌ଯାପିତ

ପୁରୀ – ପୁରୀ ସହରକୁ ଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ନିକଟରେ ଆରମ୍ଭ ହୋଇଥିବା ‘ମୋ ଧାମ, ମୋ ଗର୍ବ’ ଅଭିଯାନ ଆଜି ଉଦ୍‌ଯାପିତ ହୋଇଯାଇଛି । ପୁରୀ ବେଳାଭୂମିରେ ଆୟୋଜିତ ଉଦଯାପନୀ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ୱର ଶ୍ରେଷ୍ଠ ଧାମରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ନିଜକୁ ସାମିଲ କରିଥିବାରୁ ମନ୍ତ୍ରୀ ଜେନା ପୁରୀବାସୀ, ଜିଲ୍ଲା ପ୍ରଶାସନ ଓ ପୌରପାଳିକାକୁ ଧନ୍ୟବାଦ ଜଣାଇଥିଲେ ।

ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ଉପରେ ଗୁୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଲିସ୍ ବ୍ୟାଣ୍ଡ୍ ତରଫରୁ ଜାତୀୟ ସଂଗୀତ ଓ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ପରେ ସ୍ୱଚ୍ଛସାଥୀମାନେ ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ପାଠ କରିଥିଲେ ।l

Comments are closed.